Jump to content

ପୋର୍ଟ-ୱାଇନ ଦାଗ

ଉଇକିପିଡ଼ିଆ‌ରୁ
Nevus flammeus, firemark
The back of a hand with prominent port-wine staining
ବିଭାଗDermatology
ଲକ୍ଷଣDark red or purple area of skin with defined borders[]
ଆକ୍ରାନ୍ତ ସମୟPresent at birth[]
ଅବଧିLong-term
କାରଣGenetic mutation in early development[]
ବିପଦ କାରକNone known[]
ରୋଗ ନିର୍ଣ୍ଣୟ ପଦ୍ଧତିBased on appearance[]
ସଠିକ ରୋଗ ନିର୍ଣ୍ଣୟNaevus simplex (salmon patch)[]
ଚିକିତ୍ସାLaser therapy[][]
PrognosisGenerally harmless, though may darken and thicken over time[][]
ପୁନଃପୌନିକ3 in a 1,000 newborns[]

ପୋର୍ଟ-ୱାଇନ ଦାଗ, ଅନ୍ୟ ନାମ ନେଭସ୍ ଫ୍ଲାମେଅସ, ଏକ ଜନ୍ମଜାତ ଚିହ୍ନ ଯାହା ଚର୍ମରେ ନାଲି କିମ୍ବା ବାଇଗଣୀ ରଙ୍ଗର ଦାଗ ଭାବରେ ଉପସ୍ଥାପିତ ହୁଏ ।[] [] ସେଗୁଡ଼ିକ ମୁହଁ କିମ୍ବା ବେକର ଗୋଟିଏ ପାର୍ଶ୍ୱରେ ଦେଖାଯାଏ [] [] ଯଦିଓ ଶରୀରର ଯେ କୌଣସି ଅଙ୍ଗରେ ଦେଖାଯାଇପାରେ ।[] ସେମାନଙ୍କର ସାଧାରଣତଃ ସୀମା ନିର୍ଦ୍ଧାରିତ ହୋଇଥାଏ ଏବଂ ସମୟ ସହିତ ଗାଢ଼ ଏବଂ ମୋଟା ହୋଇପାରେ ।[] ଏହି ରୋଗ ଜଟିଳ ହେଲେ ଗ୍ଲକୋମା ହୋଇପାରେ ।[]

ପ୍ରାରମ୍ଭିକ ବିକାଶରେ ଜେନେଟିକ ପରିବର୍ତ୍ତନ ହେତୁ ସେଗୁଡିକ ଘଟିଥାଏ ଏବଂ ସାଧାରଣତଃ ବ୍ୟକ୍ତିର ପିତାମାତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ଆସିନଥାଏ । [] ସେଗୁଡିକ ଷ୍ଟର୍ଜ-ୱେବର ସିଣ୍ଡ୍ରୋମ କିମ୍ବା କ୍ଲିପେଲ - ଟ୍ରେନାଉନେ-ୱେବର ସିଣ୍ଡ୍ରୋମ ଅବସ୍ଥାର ଅଂଶ ଭାବରେ ଉପସ୍ଥାପିତ ହୋଇପାରେ ।[] ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ଏଥେରେ କ୍ୟାପିଲାରୀ ବିକୃତି ଥିବା ଦେଖାଯାଏ ।[] ରୋଗ ନିର୍ଣ୍ଣୟ ସାଧାରଣତଃ ଏହାର ରୂପ ଉପରେ ଆଧାରିତ; ଯଦିଓ ଅସ୍ପଷ୍ଟ କ୍ଷେତ୍ରରେ ଏହା ଚର୍ମ ବାୟୋପସି ଦ୍ୱାରା ସମର୍ଥିତ ହୋଇପାରେ ।[]

ଲେଜର ଥେରାପି ସହିତ ସେଗୁଡିକ ଉପଶମ ହୋଇପାରେ ।[] [] ଜୀବନର ପ୍ରାରମ୍ଭରେ ଏହି ଥେରାପି କାର୍ଯ୍ୟକାରୀ ହେଲେ ଏହା ଅଧିକ ପ୍ରଭାବଶାଳୀ ହୁଏ ।[] ମୁଖ୍ୟତଃ ଚେହେରା ଉପରେ ସେମାନଙ୍କର ପ୍ରଭାବ ହେତୁ ଚିନ୍ତାର କାରଣ ହୁଅନ୍ତି ।[] ଦାଗଗୁଡ଼ିକ ଜୀବନସାରା ଅବିରତ ଭାବରେ ରହନ୍ତି ଓ ଶରୀରର ସାଧାରଣ ବୃଦ୍ଧି ସ‌ହିତ ଆନୁପାତିକ ଭାବରେ ପ୍ରଭାବିତ ଚର୍ମର ବୃଦ୍ଧି ହୁଏ । [] []

ତପୋର୍ଟ-ୱାଇନ ଦାଗ ଏକ ହଜାର ନବଜାତ ଶିଶୁଙ୍କ ମଧ୍ୟରୁ ୩ ଜଣକୁ ପ୍ରଭାବିତ କରିଥାଏ ।[] ସେମାନେ ଜଣେ ବ୍ୟକ୍ତିର ଆତ୍ମବିଶ୍ୱାସ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ କିମ୍ବା ନକାରାତ୍ମକ ଆର୍ଥିକ ପ୍ରଭାବ ପକାଇପାରେ ।[] [] ସେମାନଙ୍କର ରଙ୍ଗ ପାଇଁ ଏହି ନାମକରଣ ହୋଇଛି ଯାହା ଏକ ପ୍ରକାର ଲାଲ ମଦର ରଙ୍ଗ ସହିତ ସମାନ ।[୧୦] ମଧ୍ୟଯୁଗ କାଳରେ ତାହା ଅଲୌକିକ କାରଣ ଯୋଗୁ ହେଉଥିବା ବିଶ୍ୱାସ କରାଯାଉଥିଲା ।[୧୧] ଉଲ୍ଲେଖନୀୟ ମାମଲା ୧୯୯୦ ଦଶକରେ ମିଖାଇଲ୍ ଗୋରବାଚୋଭଙ୍କର ଏହି ରୋଗ ଥିଲା ।[୧୨]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Birthmarks". nhs.uk (in ଇଂରାଜୀ). 20 October 2017. Archived from the original on 19 May 2021. Retrieved 2 October 2023.
  2. ୨.୦ ୨.୧ ୨.୨ McLaughlin, MR; O'Connor, NR; Ham, P (1 January 2008). "Newborn skin: Part II. Birthmarks". American family physician. 77 (1): 56–60. PMID 18236823.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Primary Care Dermatology Society, UK. "Port-wine stain". Clinical Guidance. Primary Care Dermatology Society, UK. Archived from the original on 25 August 2018. Retrieved 8 July 2013.
  4. ୪.୦ ୪.୧ ୪.୨ ୪.୩ "Department of Surgery". froemkelab.med.nyu.edu. Archived from the original on 20 October 2023. Retrieved 2 October 2023.
  5. ୫.୦ ୫.୧ ୫.୨ ୫.୩ "Capillary vascular malformation (red birthmarks, port wine stain) | DermNet". dermnetnz.org (in ଇଂରାଜୀ). Archived from the original on 1 June 2023. Retrieved 29 September 2023.
  6. ୬.୦ ୬.୧ Faurschou, A.; Olesen, AB; Leonardi-Bee, J.; Haedersdal, M. (9 November 2011). "Lasers or light sources for treating port-wine stains". Cochrane Database of Systematic Reviews (11): CD007152. doi:10.1002/14651858.CD007152.pub2. PMID 22071834. Archived from the original on 24 December 2013. Retrieved 26 May 2021.
  7. Minkis, K.; Geronemus, R. G.; Hale, E. K. (2009). "Port wine stain progression: A potential consequence of delayed and inadequate treatment?". Lasers in Surgery and Medicine. 41 (6): 423–6. doi:10.1002/lsm.20788. PMC 4690461. PMID 19588535.
  8. Ryan, E; Warren, L (May 2012). "Birthmarks--identification and management". Australian Family Physician. 41 (5): 274–277. PMID 22558616. Archived from the original on 2023-03-20. Retrieved 2023-10-02.
  9. ୯.୦ ୯.୧ "Kids Health Information : Port wine stains". www.rch.org.au. Archived from the original on 11 May 2023. Retrieved 2 October 2023.
  10. Blumer, Steven L.; Biko, David M.; Halabi, Safwan (26 October 2017). Pediatric Imaging: A Core Review (in ଇଂରାଜୀ). Lippincott Williams & Wilkins. p. PT736. ISBN 978-1-4963-4017-7. Archived from the original on 20 October 2023. Retrieved 2 October 2023.
  11. Barrau, Julie; Bates, David (7 October 2021). Lives, Identities and Histories in the Central Middle Ages (in ଇଂରାଜୀ). Cambridge University Press. p. 102. ISBN 978-1-107-16080-4. Archived from the original on 20 October 2023. Retrieved 2 October 2023.
  12. Mangione, Salvatore (21 April 2012). Physical Diagnosis Secrets: With STUDENT CONSULT Online Access (in ଇଂରାଜୀ). Elsevier Health Sciences. p. 167. ISBN 978-0-323-11211-6. Archived from the original on 20 October 2023. Retrieved 2 October 2023.